ଆଳିରେ ଉନ୍ନୟନମୂଳକ କାମର ସମୀକ୍ଷା କଲେ କେନ୍ଦ୍ରାପଡ଼ା ସାଂସଦ

ଆଳି: କେନ୍ଦ୍ରପଡା ସାଂସଦ ବୈଜନ୍ତ ପଣ୍ଡା ସୋମବାର ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ  ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଥିଲେ। ସାଂସଦ ରାଜକନିକା ବ୍ଲକ୍ ଯାଇ କନପୁରଠାରେ ପେଟାନଦୀ ଉପରେ ନିର୍ମାଣ ହେଉଥିବା ସେତୁ କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ଖୁବଶୀଘ୍ର କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଥିଲେ। ପରେ ସାଂସଦ କନପୁର ଗାଁ ପରିଦର୍ଶନରେ ଯାଇଥିଲେ। ସେ ଲୋକଙ୍କ ସହ ଗାଁର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସାଂସଦ ବୈଜନ୍ତ ପଣ୍ଡାଙ୍କ ସହ ରାଜକନିକା ପଞ୍ଚୟତ ସମିତି ଅଧକ୍ଷ କପିଳେନ୍ଦ୍ର ମଲ୍ଲିକ ଓ ବରିଷ୍ଠ ବିଜେଡି ନେତା ବିକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।