ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ବ୍ରହ୍ମପୁର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ବ୍ରହ୍ମପୁର ଜନସ୍ୱାସ୍ଥ୍ୟବିଭାଗ ସହକାରୀଯନ୍ତ୍ରୀ ଯଜ୍ଞ ନାରାୟଣ ପାତ୍ରଙ୍କ  ହିଞ୍ଜିଳିକାଟୁ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଆଜି ସକାଳେ ଭିଜିଲାନ୍ସ ଡିଏସପି  ବେଣୁଧର ନାୟକଙ୍କ ନେତୃତ୍ୱରେ ୫ଟିମ୍ ଏକାକାଳୀନ ୫ଟି ସ୍ଥାନରେ କରିଛି।

ହିଞ୍ଜିଳିକାଟୁ, ପୋଲସରା ଓ ଆସିକା ସମେତ ୫ଟି ସ୍ଥାନରେ  ଏହି ଚଢ଼ାଉ କରିଛି । ନାରାୟଣଙ୍କର ହିଞ୍ଜିଳିକାଟୁରେ ଥିବା ଏକ ଘର, ପୋଲସରାରେ ଥିବା ୩ଟି ଘର ଓ ଆସିକାରେ ଥିବା  ଅନ୍ୟ ଏକ ଘର ଉପରେ  ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ସୁନା, ଟଙ୍କା ଓ ଆସବାବପତ୍ର ସମେତ କୋଠାଘରର ମୂଲ୍ୟ ଆକଳନ କରାଯାଉଛି।

ଅନ୍ୟପକ୍ଷରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ  ଖଣ୍ଡନ କରିଛନ୍ତି ଯଜ୍ଞ ନାରାୟଣ ପାତ୍ର । ସେ କହିଛନ୍ତି ତାଙ୍କ ନାଁରେ  କିଏ ଏପରି ମିଥ୍ୟା ଅଭିଯୋଗ କରିଛି। ବାପାଙ୍କ ସମ୍ପତ୍ତିରେ ଏବଂ ସାଙ୍ଗସାଥିଙ୍କ ଠାରୁ ଲୋନ୍ କରି ଏସବୁ କରିଛି।

ଖବର ଲେଖାଯିବା ବେଳକୁ ଚଢ଼ାଉ  ଜାରି ରହିଥିଲା।