ବୈପାରିଗୁଡ଼ାରେ ମୋବାଇଲ୍ ଟାୱାର ପୋଡ଼ି, ମାଓବାଦୀଙ୍କ ହାତ ସନ୍ଦେହ

ଜୟପୁର: କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ଥାନା ଅନ୍ତର୍ଗତ କାଳିଆଅଟାଳରେ ଏକ ଘରୋଇ କମ୍ପାନୀର ଟେଲିଫୋନ୍ ଟାୱାରକୁ ଶନିବାର ମଧ୍ୟରାତ୍ରରେ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ। ମାଓବାଦୀମାନେ ଏହି କାଣ୍ଡ ଭିଆଇଥିବା ଆଶଙ୍କା କରାଯାଉଛି।

ଗତ ରବିବାର ମଧ୍ୟ ଏହି ଥାନା ଅନ୍ତର୍ଗତ କାଠପଡ଼ାରେ ସଂପୃକ୍ତ କମ୍ପାନୀର ଟାୱାରକୁ ପୋଡ଼ିଥିଲେ ମାଓବାଦୀ।