ବଲାଙ୍ଗିର: ଖପ୍ରାଖୋଲ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର 

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର  ଦେଖିବାକୁ ମିଳିଛି। କିଛି ଦିନର ନିରବତା ପରେ ମାଓବାଦୀ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ଖପ୍ରାଖୋଲ ବ୍ଲକର ତହସିଲ ଅଫିସ ଗେଟ୍ ସମ୍ମୁଖରେ ମାଓ ବ୍ୟାନର ଓ ପୋଷ୍ଟର ଲଗାଯାଇଥିଲା ବେଳେ ଉଡ଼ିଆପାଲି ଓ ତେଲେନପାଲି  ପଞ୍ଚାୟତରେ ମଧ୍ୟ  ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା। ପୋଷ୍ଟରରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିଶ୍ୱ ମହିଳା ଦିବସରେ ବିରୋଧ କର, ଚାଷୀଙ୍କ ଆତ୍ମହତ୍ୟା ସମାଧାର ବାଟ ନୁହେଁ ଓ ମାଓବାଦୀ ପାର୍ଟି ଆପଣଙ୍କ ସାଥିରେ ରହିଛି ବୋଲି ଉଲ୍ଲେଖ ରହିଥିଲା।