ବଲାଙ୍ଗୀର: ଭାଇ ଜିଉଁନ୍ତିଆରେ ଭାଇର ଦୀର୍ଘ ଜୀବନ କାମନା କଲେ ଭଉଣୀ

ବଲାଙ୍ଗୀର: ସାରା ପଶ୍ଚିମ ଓଡିଶାରେ ଉତ୍ସାହ ଉଦ୍ଦିପନାର ସହ ପାଳିତ ହୋଇଛି ଭାଇ ଜିଉଁନ୍ତିଆ ପର୍ବ। ଏହି ପର୍ବ ପାଇଁ ବଲାଙ୍ଗିର ସହର ଉତ୍ସବମୂଖର ହୋଇଉଠିଛି । ଭାଇର ମଙ୍ଗଳ କାମନା କରି ଭଉଣୀମାନେ ନିର୍ଜଳା ଉପବାସ କରି ମା’ ଦୁର୍ଗାଙ୍କ ନିକଟରେ ପୂଜା କରିଛନ୍ତି। ୧୦୮ ଦୂବ, ୧୦୮ ଅକ୍ଷତ ଅରୁଆ ଚାଉଳ ଦେଇ ମା’ଙ୍କୁ ପୂଜା କରିଥିଲେ। ପରେ ଉକ୍ତ ଦୁବ ଓ ଅରୁଆ ଚାଉଳକୁ ନେଇ ଭାଇମାନଙ୍କ ମୁଣ୍ଡରେ ଛୁଆଁଇ ସେମାନଙ୍କ ଦୀର୍ଘାୟୁ କାମନା କରିଥିଲେ ।