ହାତୀ ଆକ୍ରମଣରେ ଛାତ୍ରୀ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀ ଆକ୍ରମଣରେ ରିନାମଣୀ ସିଂ ନାମକ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହୋଇଛି। ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭାଲୁକାଶୁଣି ଆଦ୍ୟାଶକ୍ତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ ଜଣ ଛାତ୍ରୀ ବର କୋଳି ଖାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। କୋଳି ତୋଳୁଥିବା ବେଳେ ଗୋଟିଏ ହାତୀ ଶୁଣ୍ଢରେ ରିନାଙ୍କୁ ଠେଲି ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ରିନାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ଶରୀର ଓ ମୁଣ୍ଡରେ ଆଘାତ ଲାଗିଛି। ହାତୀକୁ ଦେଖି ଅନ୍ୟ ସାଙ୍ଗମାନେ ଦୌଡ଼ି ପଳାଉଥିବା ବେଳେ ପଡ଼ି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।