ବାଲେଶ୍ୱର: କମର୍ଦ୍ଦା ଡିଗ୍ରୀ କଲେଜରେ ବାଲଟ ପେପର ଲୁଟକୁ ନେଇ ଉତ୍ତେଜନା, ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ବାଲେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଲେଶ୍ୱର କମର୍ଦ୍ଦା ଡିଗ୍ରୀ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଗତକାଲି ଭୋଟ ଗଣତି ସମୟରେ କିଛି ଛାତ୍ର ହଲ୍ ମଧ୍ୟକୁ ଜବରଦସ୍ତ ପଶି ୫୦ଟି ବେଲଟ୍ ପେପର ନେଇ ଯାଇଥିଲେ। ଏହାର ପ୍ରତିବାଦ କରି ଛାତ୍ରଛାତ୍ରମାନେ ଆଜି ଜଳେଶ୍ୱର-ଚନ୍ଦନେଶ୍ୱର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।  ଏହାସହ କଲେଜ ଅଧ୍ୟକ୍ଷଙ୍କୁ ତାଙ୍କ ପ୍ରକୋଷ୍ଠର ଅଟକ ରଖିଛନ୍ତି । ଘଟଣାସ୍ଥଳରେ ଭୋଗରାଇ ବିଡିଓ ଏବଂ ପୋଲିସ୍ ଫେ।ର୍ସ ପହଞ୍ଚି ଛାତ୍ରମାନଙ୍କୁ ବୁଝାଶୁଝା କରୁଛନ୍ତି।