ବାଙ୍କୀ: ଲୁନାକୁ ଧକ୍କା ଦେଇ ଓଲଟିଲା ବସ୍‌, ୧୦ ଆହତ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ପୁସିଙ୍ଗୀ ଛକରେ  ଆଜି ଏକ ବସ୍‌ ଲୁନାକୁ ଧକ୍କା ଦେଇ ରାସ୍ତା କଡ଼କୁ ଖସି ପଡ଼ିବାରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଯାତ୍ରୀମାନଙ୍କୁ  ସ୍ଥାନୀୟ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ବସ୍‌ଟି ବାଙ୍କୀରୁ କଟକ ଆସୁଥିଲା।