ବରପଦା ସିଏଚସିରେ ସାଲାଇନ୍ ଓ ଓଆରଏସ୍ ନଷ୍ଟ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ଭଦ୍ରକ: ଭଦ୍ରକ ବରପଦା ସିଏଚସିରେ ଲକ୍ଷାଧିକ ଟଙ୍କାର ସାଲାଇନ୍ ଓ ଓଆରଏସ୍ ପ୍ୟାକେଟ୍ ନଷ୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ସିଡିଏମଓ, ଏଡିଏମଓ ଏବଂ ମେଡିକାଲ୍ ଅଫିସରଙ୍କ ନିଲମ୍ୱନ ଦାବିରେ ଭଦ୍ରକ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍ ରହୁଥିବା ହୋଟେଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତା’ଛଡ଼ା କେନ୍ଦ୍ରୀୟ ଟିମକୁ ଏ ନେଇ ଦାବିପତ୍ର ଦେବାକୁ ସେମାନେ ଅଡିବସିବା ସହ ସେଠାକୁ ଆସିଥିବା ଭଦ୍ରକ ସିଡିଏମଓଙ୍କୁ ମଧ୍ୟ ଘେରାଉ କରି ରଖିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ କବଳରୁ ସିଡିଏମଓଙ୍କୁ ମୁକୁଳାଇ ଥିଲେ। ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି।