ବରଗଡ଼: ଜିଲ୍ଲାର ଚାଷୀ ଆତ୍ମହତ୍ୟା ନେଇ ଜନଶୁଣାଣି

ବରଗଡ଼: ଜିଲ୍ଲାରେ ଚାଷୀ ଆତ୍ମହତ୍ୟାକୁ ନେଇ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି ଓ ଜୟ କିସାନ ଆନ୍ଦୋଳନର ମିଳିତ ଆନୁକୂଲ୍ୟରେ ଏହି ଜନଶୁଣାଣି ହୋଇଛି। ଏଥିରେ ଅବସରପ୍ରାପ୍ତ ବିଚାରପତି ପ୍ରତାପ କେଶରୀ ମିଶ୍ର, ଅବସରପ୍ରାପ୍ତ ପ୍ରଫେସର ମନୋରଞ୍ଜନ ମହାନ୍ତି, ରବି ଦାସ, ଦିଲ୍ଲୀପ ପଣ୍ଡା ଏବଂ ଆଇନଜୀବୀ ଗିରିଶ ବଲ୍ଲଭ ମିଶ୍ର ବିଚାରକ ଭାବେ ଯୋଗଦେଇଥିଲେ। ଆଳୋଚନା ପର୍ଯ୍ୟାଲୋଚନା ପରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୫ଜଣ ଚାଷୀ ଆତ୍ମହତ୍ୟା କରିଥିବା ବିଚାରକ ମଣ୍ଡଳୀ ସ୍ପଷ୍ଟ କରିଥିଲେ। ଏଥିରେ ଆତ୍ମହତ୍ୟା କରିଥିବା ୧୫ଜଣ ଚାଷୀଙ୍କ ପରିବାର ଭାଗ ନେଇଥିଲେ।