ବରଗଡ଼ରେ ୧୨୮ ମି.ମି. ବର୍ଷା, ୨ରୁ ୩ ଦିନରେ ସାରା ରାଜ୍ୟରେ ମୌସୁମୀ ବର୍ଷା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ଭିତରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷ ରେକର୍ଡ କରାଯାଇଛି। ବରଗଡ଼ ଜିଲ୍ଲାରେ ସର୍ବାଧିକ ୧୨୮ ମି.ମି. ବର୍ଷା ରେକର୍ଡ କରାଯାଇଛି। କଣ୍ଟାମାଳରେ ୧୨୭ ମି.ମି. ଓ ଭଟଲିରେ ୧୨୪ ମି.ମି. ବର୍ଷା ରେକର୍ଡ କରାଯାଇଛି।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ବର୍ଷା ହେବ ଓ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨ରୁ ୩ ଦିନ ଭିତରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।