ବାରିପଦା: ପ୍ରସବ ବେଳେ ହାତୀ ଓ ଛୁଆର ମୃତ, ମୃତଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧୀନସ୍ଥ ଗୁରୁଗୁଡିଆ ରେଞ୍ଜର ଅଲକୁଦର ଜଙ୍ଗଲରୁ ପ୍ରସବ ବେଳେ ଏମ ହାତୀ ଓ ତାର ଛୁଆର ମୃତ୍ୟୁ ଘଟିଛି। ବନ ବିଭାଗର ପାଟ୍ରୋଲିଂ ଟିମ୍ ମୃତଦେହ ଦୁଇଟିକୁ ଠାବ କରିଥିଲା। ଖବର ପାଇ ଡିଏଫଓ, ଏସିଏଫ୍ ଓ ଜଙ୍ଗଲ ବିଭାଗର ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ କରିଛନ୍ତି। ମୃତ ମା’ ହାତୀର ବୟସ ୧୪ରୁ ୧୫ ବର୍ଷ ହେବ। ପ୍ରସବ ପରେ ଉଭୟଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।