ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା

ପୁରୀ: ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଶୁକ୍ରବାର ପୁରୀ ଯାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ଧର୍ମଦ୍ରୋହୀ କଳାପାହଡର ଶାସନ ଚାଲିଛି। ଆଗକୁ ଜନ ଆନ୍ଦୋଳନ ମାଧ୍ୟମରେ ବିଭିନ୍ନ ସମାଜ କଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ତାଙ୍କର ପ୍ରାଥମିକତା ହେବ ବୋଲି ଏହି ଅବସରରେ ସେ କହିଛନ୍ତି।

ସମସ୍ତ ବିଧାୟକ ଏବଂ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନେତୃବୃନ୍ଦଙ୍କ ସହଯୋଗରେ ବିଜେପି ବିଧାୟକ ଦଳ ନେତା ଚୟନ କରାଯିବ ବୋଲି ସେ କହିଛନ୍ତି। ପବିତ୍ର ମକର ସଂକ୍ରାନ୍ତିରେ ମିତ୍ରତା ମାଧ୍ୟମରେ ସମାଜରେ କିଭଳି ପରିବର୍ତ୍ତନ ହେବ ସେ ନେଇ କାର୍ଯ୍ୟ କରିବେ ବୋଲି ପଣ୍ଡା କହିଛନ୍ତି।