କଡ଼ା ସୁରକ୍ଷା ମଧ୍ୟରେ କୁଶେଇ ସେତୁ ନିର୍ମାଣ କାମ ଜାରି, ସ୍ଥିତି ସ୍ୱାଭାବିକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବେଲବାହାଳିରେ ବିବାଦୀୟ କୁଶେଇ ସେତୁର ନିର୍ମାଣ କାମ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି।  ଏବେ ନିର୍ମାଣ ସ୍ଥଳରେ ସ୍ଥିତି ସ୍ୱଭାବିକ ରହିଛି। ଗତକାଲି ଆପ୍ରୋଚ ରୋଡ୍‌ ନିର୍ମାଣ ବେଳେ ପୋଲିସ୍ ଓ ଜନତା ମୁହାଁମୁହିଁ  ହୋଇଥିଲେ। ପୋଲିସ୍‌ ଉପରକୁ ଗ୍ରାମବାସୀମାନେ ଟେକାମାଡ଼ ପଥର ମାଡ କରିଥିଲେ। ପୋଲିସ୍ ପକ୍ଷରୁ ଲାଠିଚାର୍ଜ ସହ ଟିୟର ଗ୍ୟାସ ପ୍ରୟୋଗ କରାଯାଇଥିଲା। ଉତ୍ତେଜନା ପରେ ପ୍ରଶାସନ ବେଲବାହାଳି ଗାଁ ଲୋକଙ୍କ ସହିତ ଆଲୋଚନା ଜାରି ରଖିଛି। କେନ୍ଦୁଝର […]

belabahali-bridge-in-keonjhar

belabahali-bridge-in-keonjhar

Rakesh Mallick
  • Published: Saturday, 19 November 2016
  • Updated: 19 November 2016, 04:37 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବେଲବାହାଳିରେ ବିବାଦୀୟ କୁଶେଇ ସେତୁର ନିର୍ମାଣ କାମ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି।  ଏବେ ନିର୍ମାଣ ସ୍ଥଳରେ ସ୍ଥିତି ସ୍ୱଭାବିକ ରହିଛି।

ଗତକାଲି ଆପ୍ରୋଚ ରୋଡ୍‌ ନିର୍ମାଣ ବେଳେ ପୋଲିସ୍ ଓ ଜନତା ମୁହାଁମୁହିଁ  ହୋଇଥିଲେ। ପୋଲିସ୍‌ ଉପରକୁ ଗ୍ରାମବାସୀମାନେ ଟେକାମାଡ଼ ପଥର ମାଡ କରିଥିଲେ। ପୋଲିସ୍ ପକ୍ଷରୁ ଲାଠିଚାର୍ଜ ସହ ଟିୟର ଗ୍ୟାସ ପ୍ରୟୋଗ କରାଯାଇଥିଲା। ଉତ୍ତେଜନା ପରେ ପ୍ରଶାସନ ବେଲବାହାଳି ଗାଁ ଲୋକଙ୍କ ସହିତ ଆଲୋଚନା ଜାରି ରଖିଛି।

କେନ୍ଦୁଝର ଜିଲ୍ଲାପାଳ ଏନ୍‌.ତିରୁମାଲା ନାୟକ କହିଛନ୍ତି,“ଗତକାଲି କାମ ସାରି ଗଲା ବେଳେ ଗାଁ ଲୋକେ ଟେକାପଥର ମାଡ଼ କରିଥିଲେ। ଏହାର ଜବାବରେ ପୋଲିସ୍‌ ଟିୟର ଗ୍ୟାସ୍‌ ପ୍ରୟୋଗ କରିଥିଲା। ଆଜି ନିର୍ମାଣ କାମ ସ୍ୱାଭାବିକ ଭାବେ ଚାଲିଛି। ତେବେ ଗାଁ ଲୋକଙ୍କ ଦାବି ଗୁଡ଼ିକୁ ତର୍ଜମା କରାଯାଉଛି। ଆମର କ୍ଷମତା ଭିତରେ ରହିଥିଲେ ସମାଧାନ କରିବାକୁ ଚେଷ୍ଟା କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos