ବ୍ରହ୍ମଗିରି: ମୋଟଗାଁ ନିକଟ ବେଳାଭୂମୀରେ ଭାସୁଛି ମୃତ ତିମି

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ ମୋଟଗାଁ ନିକଟ ବେଳାଭୂମୀ ନିକଟରେ ମଙ୍ଗଳବାର ଏକ ବିଶାଳ ତିମିର ଗଳିତ ଶବ ଭାସୁଥିବା ଦେଖିବାକୁ ମିଳିଛି। ମୃତ ତିମିର ଲମ୍ବ ପ୍ରାୟ ୩୦ ଫୁଟରୁ ଅଧିକ ହେବ। ସମୁଦ୍ରର ଲହରୀ ମାଡରେ ତିମିର ଦେହରୁ ମାଂସ ସବୁ ବାହାରି ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ମୃତ ତିମିଟିକୁ ଦେଖିବାକୁ ବେଳାଭୂମୀରେ ବହୁ ଲୋକଙ୍କ ଭିଡ ଜମୁଛି। କେଉଁ କାରଣରୁ ତିମିଟିର ମୃତ୍ୟୁ ଘଟିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।