ଭଦ୍ରକ: ନକଲି ଜର୍ଦ୍ଦା ତିଆରି କାରଖାନା ଠାବ, ୨ ଗିରଫ

ଭଦ୍ରକ: ଭଦ୍ରକ ପୁରୁଣା ବଜାର ପୋଲିସ୍ କାଜିମହଲା, ମିର୍ଜାପଟି ଓ ଡାକଚୌକିଆ ମହଲା ଅଞ୍ଚଳରେ ଚଢ଼ାଉ କରି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଶେଖ୍ କୁତବୁଦ୍ଦିନ ଓ ସବୀର ଅଲ୍ଲୀ। ପୋଲିସ୍ ନକଲି ଜର୍ଦ୍ଦା ତିଆରି ଉପକରଣ, ଡବା ଓ ଜରି ଆଦି ଜବତ କରିଛି। ନକଲି ଗୋପାଳ ଓ ଶିବଦାତା ପାନ ମସଲା ବି ଜବତ କରିଛି ପୋଲିସ୍। ଜବତ ସାମଗ୍ରୀ ଗୁଡ଼ିକର […]

nakali-jarda

nakali-jarda

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 12:58 PM IST

Sports

Latest News

ଭଦ୍ରକ: ଭଦ୍ରକ ପୁରୁଣା ବଜାର ପୋଲିସ୍ କାଜିମହଲା, ମିର୍ଜାପଟି ଓ ଡାକଚୌକିଆ ମହଲା ଅଞ୍ଚଳରେ ଚଢ଼ାଉ କରି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଶେଖ୍ କୁତବୁଦ୍ଦିନ ଓ ସବୀର ଅଲ୍ଲୀ।

ପୋଲିସ୍ ନକଲି ଜର୍ଦ୍ଦା ତିଆରି ଉପକରଣ, ଡବା ଓ ଜରି ଆଦି ଜବତ କରିଛି। ନକଲି ଗୋପାଳ ଓ ଶିବଦାତା ପାନ ମସଲା ବି ଜବତ କରିଛି ପୋଲିସ୍। ଜବତ ସାମଗ୍ରୀ ଗୁଡ଼ିକର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ।

ଭଦ୍ରକ ସହରରେ ଗୋପାଳ ଜର୍ଦ୍ଦାର ଅପମିଶ୍ରଣ ହେଉଥିବା ଅଭିଯୋଗ ପାଇବା ପରେ ଦିଲ୍ଲୀରୁ ଗୋପାଳ ଜର୍ଦ୍ଦାର ମହାପ୍ରବନ୍ଧକଙ୍କ ନେତୃତ୍ୱରେ ଏକ ଟିମ୍ ଏଠାକୁ ଆସିଥିଲା। ସେମାନେ ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରିବା ପରେ ଭଦ୍ରକ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆଜି ପୁରୁଣାବଜାର ଥାନା ପୋଲିସ୍ ଏହି ଚଢ଼ାଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos