ଭଞ୍ଜନଗର:  ଶିକ୍ଷକ ନିଯୁକ୍ତି ପ୍ରତିଶ୍ରୁତି ପରେ ଖୋଲିଲା ସୁରମଣି ଉଚ୍ଚବିଦ୍ୟାଳୟ

ଭଞ୍ଜନଗର: ଦୁଇଦିନ ପରେ ଶିକ୍ଷକ ନିଯୁକ୍ତି ଲାଗି ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ସୋରଡ଼ା ବ୍ଲକ ସୁରମଣି ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ପଡିଥିବା ତାଲା ଖୋଲିଛି। ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବା ଦାବିରେ ପୂବଆରୁ ଗ୍ରାମବାସୀ ଓ ଅଭିଭାବକମାନେ ଆନ୍ଦୋଳନ କରିବା ସହ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗ୍ରାମବାସୀ ଓ ଅଭିଭାବକମାନେ ସ୍କୁଲରେ ପାଠପଢା ବନ୍ଦ କରିବା ସହ ମୁଖ୍ୟ ଫ।ଟକରେ ତାଲା ପକାଇ ଧାରଣାରେ ବସିଥିଲେ। ତାଲା ପଡିବାର ଦୁଇଦିନ ପରେ ସୋରଡ଼ା ବିଇଓ ସୁର ମଣି ଆଲୋଚନା ପାଇଁ ସ୍କୁଲରେ ପହଞ୍ଚିଥିଲେ। ହେଲେ ଗ୍ରାମବାସୀମାନେ ତାଙ୍କୁ ଘେରାଓ କରି ଅଟକ ରଖିଥିଲେ। ସାତଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ନେଇ ବିଇଓ ପ୍ରତିଶ୍ରୁତି ଦେବା ପରେ ସ୍କୁଲର ତାଲା ଖୋଲିଥିଲା। ସ୍କୁଲରେ ୧୦ଟି ଶ୍ରେଣୀରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠପଢନ୍ତି। ନିୟମ ଦୃଷ୍ଟରୁ ସ୍କୁଲରେ ୧୮ ଶିକ୍ଷକ ରହିବା ଦରକାର। ହେଲେ ୧୦ଜଣ ଶିକ୍ଷକ ଥିବାରୁ ପାଠପଢା ବ୍ୟାହତ ହେଉଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି।