ଭୁବନେଶ୍ୱର: ରେଳ ଷ୍ଟେସନ ୱାସିଂ ଲାଇନରେ ଟ୍ରେନ ଧକ୍କାରେ ଜଣେ କର୍ମଚାରୀ ମୃତ

ଭୁବନେଶ୍ୱର: ରେଳ ଷ୍ଟେସନ ୱାସିଂ ଲାଇନ ୱାର୍କସପରେ ଆଜି ଦୁର୍ଘଟଣା ଘଟିଛି । ଟ୍ରେନ ଧକ୍କାରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ଡି. ପଶୁର୍। ଆଜି ସନ୍ଧ୍ୟାରେ ୱାସିଂ ଲାଇନରେ ଥିବା ୱାର୍କସପରେ ଏକ ଟ୍ରେନର ବଗି ମରାମତି ଚାଲିଥିବା ବେଳେ ଅନ୍ୟ ଏକ ଟ୍ରେନ ସେହି ଲାଇନରେ ଆସି କର୍ମଚାରୀମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପଶୁରଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୪ ଜଣ ଗୁରୁତରଙ୍କୁ ରେଲୱେ ଓ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।