ଭୁବନେଶ୍ୱରରେ କୁମାର ଉତ୍ସବ

ଭୁବନେଶ୍ୱର: ଭୁବନେଶ୍ୱରର ନୃତ୍ୟ ଅନୁଷ୍ଠାନ ଉତ୍କଳ ଡ୍ୟାନସ ଆଣ୍ଡ ରିସର୍ଚ ଏକାଡେମୀ ଆନୁକୁଲ୍ୟରେ କୁମାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରବିବାର ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଶାସନ ସଚିବ ମନରଞ୍ଜନ ପାଣିଗ୍ରାହୀ ଯୋଗଦେଇ ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ଗୁରୁ ସହଦେବ ପାଢୀ ମେମୋରିଆଲ ଆୱାର୍ଡ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ।