ଭୁବନେଶ୍ୱରରେ ମହିଳା ସଶକ୍ତିକରଣ କର୍ମଶାଳା

ଭୁବନେଶ୍ୱର: ମହିଳା ସଶକ୍ତିକରଣ କ୍ଷେତ୍ରରେ ସହରାଞ୍ଚଳରେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ବିକାଶ ଧାରାରେ ସାମିଲ କରିବା ପାଇଁ ରୋଟାରୀ କ୍ଲବ ଅଫ୍‌ ନିୟୁ ହୋରିଜୋଣ୍ଟାଲ ପକ୍ଷରୁ ଭୁବନେଶ୍ୱରରେ କର୍ମଶାଳା ଆୟୋଜିତ ହୋଇଛି। ଶ୍ରମ କମିଶନର ରୂପା ମିଶ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

ନାରୀଙ୍କୁ ପୁରୁଷ ସହ ସମକକ୍ଷ କରିବା ପାଇଁ ଏହି କ୍ଲବ ପକ୍ଷରୁ ଅନେକ ଯୋଜନା ହାତକୁ ନିଆଯାଇଛି। ଜଟଣୀ ବ୍ଲକ ପାଞ୍ଚଗାଁ ଓ ବାଲିଅନ୍ତା ବ୍ଲକର ରାମଚନ୍ଦ୍ରପୁରକୁ ଏହି କ୍ଲବ ପକ୍ଷରୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛି। ଏହି ଦୁଇ ଗ୍ରାମର ମହିଳାମାନଙ୍କୁ ବଡ଼ି, ପାମ୍ପଡ଼, ସିଲେଇ ଭଳି କାମ ଶିଖାଇ ସ୍ୱାବଲମ୍ବି କରିବାକୁ କ୍ଲବ ଚେଷ୍ଟା ଚାରି ରଖିଛି।