ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଓଡ଼ିଶା କ୍ରାଫ୍‌ଟ ମ୍ୟୁଜିୟମ

ଭୁବନେଶ୍ୱର: ରାଜ୍ୟରେ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ଓଡ଼ିଶା କ୍ରାଫ୍‌ଟ ମ୍ୟୁଜିୟମ ପ୍ରତିଷ୍ଠା ହେବ। ଏହି ମ୍ୟୁଜିୟମ୍‌ରେ ଶ୍ରୀଜଗନ୍ନାଥଙ୍କ ସମସ୍ତ ବେଶରେ ବ୍ୟବହାର ହେଉଥିବା ହସ୍ତତନ୍ତ, ସୋଲ କାରିଗରି ଓ ବେଶର ମଡେଲ ପ୍ରଦର୍ଶିତ କରାଯିବ। ଏନେଇ ବିଭାଗୀୟ ସଚିବ ଚିତ୍ରା ଅରୁମୁଗମ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାଶଙ୍କ ସହ ଆଲୋଚନା କରିଥିବା କହିଛନ୍ତି।

ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡିଛି।