ସ୍ୱରେଜ ଟାଙ୍କିରେ ଗଲା ଦୁଇ ଜୀବନ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱରେଜ ଟାଙ୍କି ସଫା କରୁଥିବା ବେଳେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଟାଙ୍କି ଭିତରେ ଅଣନିଶ୍ୱାସୀ ହୋଇ ଶ୍ରମିକମାନେ ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି। ମୃତକମାନେ ହେଲେ ବିଭୁତି ନାୟକ ଓ ମାନସ ନାୟକ। ଏମାନେ କଟକ ବଡ଼ମ୍ବା ଅଞ୍ଚଳର ବୋଲି ଜଣାପଡ଼ିଛି।