ଭୁବନେଶ୍ୱର ରେଳେଷ୍ଟସନରୁ ୧୨ ଜଣ ପିଲାଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

ଭୁବନେଶ୍ୱର: ଭୁବନେଶ୍ୱର ରେଳେଷ୍ଟସନ ଓ ଆଖପାଖ ଅଞ୍ଚଳରୁ ୧୨ ଜଣ ପିଲାଙ୍କୁ  ଚାଇଲ୍ଡ ଲାଇନ ଉଦ୍ଧାର କରିଛି। ସର୍ବଶିକ୍ଷା ଅଭିଯାନ, ଡିସିପିୟୁ ଏବଂ କମିଶନରେଟ ପୋଲିସର ମିଳିତ ଅଭିଯାନରେ ୮ ଜଣ ପୁଅ ଓ ୪ ଜଣ ଝିଅଙ୍କୁ ଉଦ୍ଧାର କରାଯାଇଛି। ବିଭିନ୍ନ ସ୍ଥାନରୁ ଜରି ଗୋଟାଉଥିବା ଓ ଭିକ୍ଷା ମାଗୁଥିବା ବେଳେ ଏମାନଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟ ସରକାରଙ୍କ ଷ୍ଟ୍ରିଟ୍-ଟୁ-ସ୍କୁଲ ପ୍ରୋଜେକ୍ଟ ଅଧିନରେ ପିଲାମାନଙ୍କୁ ସ୍କୁଲ ପଠାଯିବ। ଉଦ୍ଧାର ପିଲାଙ୍କ କାଉନସେଲିଂ ପରେ ଭୁବନେଶ୍ୱରରେ ଥିବା ୫ଟି ହଷ୍ଟେଲରେ ରଖାଯିବ ବୋଲି ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ କୁହାଯାଇଛି।