ଭୁବନେଶ୍ୱର: ଆଚାର୍ଯ୍ୟ ବିହାର ଛକ ଓମ୍‌ ଫାର୍ମାସୀରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ ଥିବା ଓମ୍‌ ଫାର୍ମାସୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଆଖପାଖରେ ଥିବା ଦୋକାନକୁ ନିଆଁ ବ୍ୟାପୀ ନ ଥିଲା। ଚୋରି କରିବାକୁ ଆସି ଦୁର୍ବୃତ୍ତମାନେ ଦୋକାନରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ୩ଟି ଦୋକାନର ସଟର୍ ମଧ୍ୟ କାଟିଛନ୍ତି। ଏନେଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଭୁବନେଶ୍ୱର […]

bbsr-fair

bbsr-fair

Rakesh Mallick
  • Published: Friday, 01 April 2016
  • Updated: 01 April 2016, 11:38 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ ଥିବା ଓମ୍‌ ଫାର୍ମାସୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଆଖପାଖରେ ଥିବା ଦୋକାନକୁ ନିଆଁ ବ୍ୟାପୀ ନ ଥିଲା।

ଚୋରି କରିବାକୁ ଆସି ଦୁର୍ବୃତ୍ତମାନେ ଦୋକାନରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ୩ଟି ଦୋକାନର ସଟର୍ ମଧ୍ୟ କାଟିଛନ୍ତି। ଏନେଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ଡିସିପି କହିଛନ୍ତି, “ଦୁର୍ବୃତ୍ତମାନେ ଚୋରି କରିବାକୁ ଆସି ବିଫଳ ହେବା ପରେ ନିଆଁ ଲଗାଇ ଦେଇଥିଲେ। ସେମାନେ ଅନ୍ୟ ତିନୋଟି ଦୋକାନର ସଟ୍‌ର ଭାଙ୍ଗି ଚୋରି କରିବାକୁ ଉଦ୍ୟମ କରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos