ବିଭିନ୍ନ ଜିଲ୍ଲାରେ ରାସନ କାର୍ଡ ପ୍ରଦାନରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ବିଭିନ୍ନ ଜିଲ୍ଲାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ଆସୁଛି। ଏହାକୁ ନେଇ କୋରାପୁଟ, ରାୟଗଡା, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଛି। କୋରାପୁଟ ଜିଲ୍ଲାରେ ବହୁ ପ୍ରକୃତ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଖାଦ୍ୟ ସୁରକ୍ଷା ଆଇନରେ ମୋଟ ୧୦ଲକ୍ଷ ହିତାଧିକାରୀ କାର୍ଡ ପାଇବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯ଲକ୍ଷ କାର୍ଡ […]

kendujha

kendujha

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 10:47 AM IST

Sports

Latest News

kendujhaଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ବିଭିନ୍ନ ଜିଲ୍ଲାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ଆସୁଛି। ଏହାକୁ ନେଇ କୋରାପୁଟ, ରାୟଗଡା, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଛି।

କୋରାପୁଟ ଜିଲ୍ଲାରେ ବହୁ ପ୍ରକୃତ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଖାଦ୍ୟ ସୁରକ୍ଷା ଆଇନରେ ମୋଟ ୧୦ଲକ୍ଷ ହିତାଧିକାରୀ କାର୍ଡ ପାଇବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯ଲକ୍ଷ କାର୍ଡ ଆସିଛି। ଏବେ ବି ପ୍ରଥମ ପର୍ଯ୍ୟାୟ କାର୍ଡ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଅନ୍ୟପକ୍ଷେ ଆତରଅନ୍ତର କରାଯାଇ ବହୁ ଗରିବଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି। ଭିତରକୋଟା ଗାଁରେ ଜଣେ ବୃଦ୍ଧଙ୍କର କଂକ୍ରିଟ ଘର ଥିବା ଦର୍ଶାଇ ଖାଦ୍ୟ ସୁରକ୍ଷା ଯୋଜନାରେ କାର୍ଡ କଟି ଦିଆଯାଇଥିବା ଅଭିଯୋଗ ହୋଇଛି। କେବଳ ଭିତରକୋଟା ଗାଁ ନୁହେଁ, ସେମଲା, ବୁରଡିପୁଟ ଗାଁରୁ ମଧ୍ୟ ସମାନ ଅଭିଯୋଗ ଆସୁଛି। ଏହାକୁ ନେଇ ଗାଁରେ ବୈଠକ ବସିବା ସହ ଉତ୍ତେଜନା ପ୍ରକାଶ ପାଇଛି। କାର୍ଡ ବାଇବାରୁ ବଞ୍ଚିତ ହୋଇଥିବା ପ୍ରକୃତ ହିତାଧିକାରୀଙ୍କୁ ଶୀଘ୍ର ଏହି ଯୋଜନାରେ ସାମିଲ କରିବାକୂ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଚାଉଳ ବଣ୍ଟନ ପ୍ରକ୍ରିୟା ୩୦ତାରିଖ ଯାଏଁ ଚାଲିବ। କାର୍ଡ ପାଇ ନ ଥିବା ଲୋକେ ପାଇଁ ପୁଣି ଥରେ ଆବେଦନ କରିପାରିବେ । ଯଦି କେହି କଟି ଯାଇଛନ୍ତି, ଆବେଦନ କରନ୍ତୁ ସେମାନଙ୍କୁ କାର୍ଡ ପ୍ରଦାନ କରାଯିବ।

ରୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସିକରପାଇ ପାଞ୍ଚାୟତରେ ରାସନ କାର୍ଡ ବଣ୍ଟନରେ ଅନିୟମିତା ଅଭିଯୋଗ ହୋଇଛି । ତାଲିକାରୁ ବାଦ ପଡ଼ିଥିବା ହିତଧିକାରୀମାନେ ସିକରପାଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିଲେ। ଯୋଗ୍ୟ ହିତାଧିକାରୀମାନେ ତାଲିକାରୁ ବାଦ ପଡ଼ିଥିବା ଅଭିଯୋଗ ହୋଇଛି। ପଞ୍ଚାୟତରେ ମୋଟ ୧୯୭୬ ଜଣ ହିତାଧିକାରୀ ରାସନ କାର୍ଡ ନିମନ୍ତେ ଆବେଦନ କରିଥିଲେ। ୧୫୫୫ ଜଣଙ୍କ ନାମ ତଲିକାରେ ରହିଥିବା ବେଳେ ଅନ୍ୟମାନେ ବାଦ ପଡିଥିବା ଅଭିଯୋଗ ହୋଇଛି । ବିଡିଓ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ତାଲା ଖୋଲା ଯାଇଥିଲା।raygarh

ଫୁଲବାଣୀ ଜିଲ୍ଲା ଟିକାବାଲିର କଇଁଝର ଗାଁରେ ବହୁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଥିବା ଅଭିଯୋଗ ହୋଇଛି। ଗାଁର ବହୁ ବିପିଏଲ୍ ଓ ଏପିଏଲ ହିତାଧିକାରୀଙ୍କୁ ରାସନ କାର୍ଡ ଦିଆଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିଛି ପଞ୍ଚାୟତରେ ରାସନ କାର୍ଡ ବଣ୍ଟନ କାର୍ଯ୍ୟ ସରିଥିଲେ ମଧ୍ୟ ସେଠାରେ ଚାଉଳ କି ଗହମ ପହଞ୍ଚି ପାରି ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଗାଁ ଲୋକେ ଏକ ଶୋଭାଯାତ୍ରା କରିବା ସହ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ବିଭିନ୍ନ ପଞ୍ଚାୟତରୁ ଡ୍ରାଫ୍ଟ ଆସୁଛି। ତେଣୁ ଆସନ୍ତା ୨୧ ତାରିଖ ମଧ୍ୟରେ ଜିଲ୍ଲାରେ ନୂତନ ହିତାଧିକାରୀଙ୍କୁ ଚାଉଳ ଓ ଗହମ ବଣ୍ଟନ କରାଯିବ ବୋଲି ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି।

କେନ୍ଦୁଝର ଜିଲା ଭୁଲଦା ଗ୍ରାମରେ ଶତାଧିକ ଗରିବ ପରିବାର ଯୋଗ୍ୟ ହିତାଧିକାରୀ ଚୟନରେ  ବାଦ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତର ସରପଞ୍ଚ, ରାସନ କାର୍ଡ  କରାଇଦେବା ପାଇଁ ଲାଞ୍ଚ ମାଗୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଗ୍ରାମବାସୀମାନେ ମଙ୍ଗଳବାର ଦିନ ବାଉଁଶୁଳୀ ପଞ୍ଚାୟତ  ଅଫିସ ଘେରାଓ କରିଥିଲେ। ଖବର ପାଇ ଏବିଡିଓ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତଦନ୍ତ ପରେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଏବିଡିଓ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos