ବିଭୂତି ପଟ୍ଟନାୟକଙ୍କୁ ‘ଅତିବଡୀ ଜଗନ୍ନାଥ ଦାସ’ ସମ୍ମାନ

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କୁ ‘ଅତିବଡୀ ଜଗନ୍ନାଥ ଦାସ’ ସମ୍ମାନ ପ୍ରଦାନ କରାଯାଇଛି। ଗତକାଲି ରବୀନ୍ଦ୍ରମଣ୍ଡପରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟନାୟକଙ୍କୁ ସଂସ୍କତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା ପୁରସ୍କାର ବାବଦକୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୫ ପାଇଁ ସୋମନାଥ ପାତ୍ର, ଶଙ୍କର୍ଷଣ ପଣ୍ଡା, ସେକ୍‌ ମତଲୁବ୍‌ ଅଲ୍ଲୀ, ପ୍ରଭାକର ଶତପଥୀ, ଯୁଗଳ କିଶୋର ଷଡଙ୍ଗୀ, କ୍ଷେତ୍ରମୋହନ […]

atibadi-jagannath-das-smanna

atibadi-jagannath-das-smanna

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 10:59 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କୁ ‘ଅତିବଡୀ ଜଗନ୍ନାଥ ଦାସ’ ସମ୍ମାନ ପ୍ରଦାନ କରାଯାଇଛି। ଗତକାଲି ରବୀନ୍ଦ୍ରମଣ୍ଡପରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟନାୟକଙ୍କୁ ସଂସ୍କତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା ପୁରସ୍କାର ବାବଦକୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୫ ପାଇଁ ସୋମନାଥ ପାତ୍ର, ଶଙ୍କର୍ଷଣ ପଣ୍ଡା, ସେକ୍‌ ମତଲୁବ୍‌ ଅଲ୍ଲୀ, ପ୍ରଭାକର ଶତପଥୀ, ଯୁଗଳ କିଶୋର ଷଡଙ୍ଗୀ, କ୍ଷେତ୍ରମୋହନ ନାୟକ, ଶ୍ରୀରଙ୍ଗ ନାୟକ, ନାରାୟଣ ପଣ୍ଡା, ଦେଶବନ୍ଧୁ ସ୍ୱାଇଁ ଓ ମୀନାକ୍ଷି ଦେବୀଙ୍କୁ ସମ୍ୱର୍ଦ୍ଧିତ କରାଯିବା ସହ ୨୦,୦୦୦ ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।

ସେହିପରି ୨୦୧୬ ମସିହା ପାଇଁ ବିନୋଦ ବିହାରୀ ନନ୍ଦ, ପ୍ରସନ୍ନ କୁମାର ହୋତା, କୈଳାସ ଚନ୍ଦ୍ର ରାଉତରାୟ, ଶ୍ରୀଶ ପଟେଲ, ବିପିନ ବିହାରୀ ବିଶ୍ୱାଳ, ସଦାଶିଭ ଦାଶ, ସାରଙ୍ଗଧର ରାୟଗୁରୁ, ସୁଧାକର ଦାସ, ଅଜାମ୍ୱର ମଲ୍ଲ, ବଙ୍ଗଳୀ ନନ୍ଦ, ବିଜୟ କୁମାର ନନ୍ଦ, ଶକୁନ୍ତଳା ମିଶ୍ର, କୁମୁଦ ରଞ୍ଜନ ପାଣିଗ୍ରାହୀ, ଭିକାରୀ ଚରଣ ଧଳ ଓ ଗୀତାଞ୍ଜଳି ପଣ୍ଡା ପ୍ରମୁଖଙ୍କୁ ୨୫,୦୦୦ ଟଙ୍କାର ଅର୍ଥରାଶି ସହ ସମ୍ୱର୍ଦ୍ଧିତ କରାଯାଇଥିଲା।

ଏଥିରେ ଏକାଡେମୀ ସଭାପତି ହରିହର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟତମ ଅତିଥିଭାବେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶ ଅମରେନ୍ଦ୍ର ପଟ୍ଟନାୟକ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos