ବିଶ୍ୱ ନାରିକେଳ ଦିବସ ପାଳିତ

ଭୁବନେଶ୍ୱର: ଆଜି ବିଶ୍ୱ ନାରିକେଳ ଦିବସ। ଏହି ଅବସରରେ ନାରିକେଳ ଉନ୍ନୟନ ବୋର୍ଡ଼ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ନଡ଼ିଆ ଉତ୍ପାଦନରେ ଦେଶରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ଆଗାମୀ ଦିନରେ ନଡ଼ିଆ ଉତ୍ପାଦନ ବୃଦ୍ଧି ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି,“ଗତ ଦୁଇବର୍ଷ […]

coconot

coconot

Rakesh Mallick
  • Published: Friday, 02 September 2016
  • Updated: 02 September 2016, 08:17 PM IST

Sports

Latest News

ଭୁବନେଶ୍ୱର: ଆଜି ବିଶ୍ୱ ନାରିକେଳ ଦିବସ। ଏହି ଅବସରରେ ନାରିକେଳ ଉନ୍ନୟନ ବୋର୍ଡ଼ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ନଡ଼ିଆ ଉତ୍ପାଦନରେ ଦେଶରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ଆଗାମୀ ଦିନରେ ନଡ଼ିଆ ଉତ୍ପାଦନ ବୃଦ୍ଧି ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି,“ଗତ ଦୁଇବର୍ଷ ମଧ୍ୟରେ ନଡ଼ିଆ ଉତ୍ପାଦନରେ ଦେଶରେ ଯଥେଷ୍ଟ ଅଗ୍ରଗତି ହୋଇଛି।”

ଏହି ଅବସରରେ ୮ଟି ବିଭାଗରେ ୧୪ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ନଡ଼ିଆରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos