ବିଶ୍ୱ ଭିନ୍ନକ୍ଷମ ଦିବସରେ ଭିନ୍ନକ୍ଷମମାନଙ୍କୁ ଭାରତ ସରକାର ପ୍ରଦାନ କରିବେ ସ୍ୱତନ୍ତ୍ର ପରିଚୟପତ୍ର

ଭୁବନେଶ୍ୱର :ଭିନ୍ନକ୍ଷମଙ୍କ ପାଇଁ ଆସନ୍ତା ଡିସେମ୍ୱର ୩ତାରିଖରେ ବିଶ୍ୱ ଭିନ୍ନକ୍ଷମ ଦିବସରେ ଭାରତ ସରକାର ସ୍ୱତନ୍ତ୍ର ପରିଚୟପତ୍ର ପ୍ରଦାନ କରିବେ। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ୪୮ଟି ସହରକୁ ସାମିଲ କରାଯାଇଛି। ଏଥିପାଇଁ ଭୁବନେଶ୍ୱରର ଶହେଟି ସରକାରୀ କାର୍ଯ୍ୟାଳୟ ଏବଂ ୨୫ଟି ୱେବସାଇଟକୁ ଚିହ୍ନଟ କରାଯାଇଛି। ଆଗାମୀ ୨ବର୍ଷ ମଧ୍ୟରେ ଦେଶରେ ଥିବା ୨ କୋଟି ୮୬ଲକ୍ଷ ଭିନ୍ନକ୍ଷମଙ୍କୁ ପରିଚୟପତ୍ର ପ୍ରଦାନର ଲକ୍ଷ୍ୟ ରଖାଯାଇଛି।