ଭୁବନେଶ୍ୱର: ସାଲେପୁରରେ କଂଗ୍ରେସ ପକ୍ଷରୁ ଜାଗରଣ ଯାତ୍ରା ଚାଲିଥିବା ବେଳେ ଅନ୍ୟପଟେ ସାଲେପୁର ଅଞ୍ଚଳର କିଛି ଅସନ୍ତୁଷ୍ଟ କଂଗ୍ରେସ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଆଜି ସେମାନେ ନବୀନ ନିବାସ ଆସି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିରେ ଯୋଗ ଦେଇଥିବା କଂଗ୍ରେସ ନେତାମାନଙ୍କ ମଧ୍ୟରେ ଅଛନ୍ତି ସାଲେପୁର ବ୍ଲକ କଂଗ୍ରେସ୍ ସଭାପତି ବିକାଶ ବେହେରା। ବିଜେଡି ନେତା ପ୍ରତାପ ଜେନାଙ୍କ ନେତୃତ୍ୱରେ ଏହି ଅସନ୍ତୁଷ୍ଟ କଂଗ୍ରେସ ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।