ପିଏଚ୍‌ଡି କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିର-ସମ୍ୱଲପୁର ରାସ୍ତାରେ ଥିବା ପି.ଆର୍. ହାଇସ୍କୁଲ୍ ଖେଳ ପଡ଼ିଆରୁ ଆଜି ସକାଳେ ଜଣେ ବ୍ୟକ୍ତିଙ୍କର ମୃତଦେହକୁ ଉଦ୍ଧାର କରିଛି ଟାଉନ୍ ପୋଲିସ୍। ଶବରେ କୌଣସି ପ୍ରକାର କ୍ଷତ ଚିହ୍ନ ନାହିଁ। ମୃତ ବ୍ୟକ୍ତି ଜଣକ ମାଧିଆପାଲି ଗାଁର ସୁଜିତ ବାରିକ ଏବଂ ସେ ପିଏଚ୍‌ଡିର ଜଣେ କର୍ମଚାରୀ ବୋଲି ଜଣାପଡ଼ିଛି। ଆଜି ସକାଳେ ସେ ଘରୁ ବାହାରି ଆସିଥିଲେ। କିନ୍ତୁ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ଜଣା ପଡ଼ିନାହିଁ। ଟାଉନ୍ ପୋଲିସ୍ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ତଦନ୍ତ ଚଳାଇଛି।