ବଲାଙ୍ଗିର: ସଦର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଏଏପିର ଧାରଣା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଦର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଏଏପି ପକ୍ଷରୁ ଆଜି ଆନ୍ଦୋଳନ କରାଯାଇଛି । ପାର୍ଟିର ନେତା ଅଜୟ ଦାଶଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ନାରାବାଜି କରିଥିଲେ । ଏହାସହ କିଛି ସମୟ ପାଇଁ ଆନ୍ଦୋଳନକାରୀମାନେ କଚେରୀ ଛକରେ ରାସ୍ତା ଅବରୋଧ ମଧ୍ୟ କରିଥିଲେ।

ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୩ ଦଫାର ଏକ ଦାବିପତ୍ର ପାର୍ଟି ପକ୍ଷରୁ ପ୍ରଦାନ କରାଯାଇଥିଲା। ବଲାଙ୍ଗିର ସଦର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା, ଲୋୟର ସୁକତେଲ୍ ବିସ୍ଥାପିତଙ୍କୁ ଥଇଥାନ ‌ଓ ୨୦୧୩ ପଲିସିରେ କ୍ଷତିପୂରଣ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି।