ବୌଦ୍ଧ: ମହାନଦୀ-ଗୋଦାବରୀ ସଂଯୋଗୀକରଣକୁ ବିରୋଧ

ବୌଦ୍ଧ: ପ୍ରସ୍ତାବିତ ମହାନଦୀ-ଗୋଦାବରୀ ସଂଯୋଗୀକରଣ ତଥା ମଣିଭଦ୍ରା ପ୍ରକଳ୍ପକୁ ବୌଦ୍ଧ ଜିଲ୍ଲା ସିପିଆଇ ପକ୍ଷରୁ ବିରୋଧ କରାଯାଇଛି। ସିପିଆଇ ଜିଲ୍ଲା ସଭାପତି ଅବକାଶ ସାହୁଙ୍କ ନେତୃତ୍ୱରେ ଶନିବାର ଶହଶହ କର୍ମୀ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ପରେ  କେନ୍ଦ୍ର ଜଳ ସମ୍ପତ୍ତି ମନ୍ତ୍ରୀ ଉମା ଭାରତୀଙ୍କ  କୁଶ ପୁତ୍ତଳିକା ଦାହ କରିଥିଲେ।

ଏହି ପ୍ରକଳ୍ପ ହେବା ଦ୍ୱାରା ୨୧୧ରୁ  ଅଧିକ ଗାଁ ଜଳରେ ଲୀନ ହେବା ସହ ହଜାର ହଜାର ହେକ୍ଟର ଚାଷ ଜମି ସଂପୂର୍ଣ୍ଣ ନଷ୍ଟ ହୋଇଯିବ। ଏହି ପ୍ରକଳ୍ପକୁ ବନ୍ଦ କରା ଗଲେ ଆଗାମୀ ଦିନରେ ସ୍କୁଲ କଲେଜ ତଥା ଚକ ଅଖ ସଂପୂର୍ଣ୍ଣ ବନ୍ଦ କରିବା ସହ ଜିଲ୍ଲା ପ୍ରଶାସନକୁ ଅଚଳ କରିଦେବାକୁ ସିପିଆଇ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।