ବୌଦ୍ଧ: ମହାନଦୀ ସେତୁ ଉପରୁ ପଡ଼ି ଯୁବକ ଗୁରୁତର

ବୌଦ୍ଧ: ବୌଦ୍ଧ ସହର ଉପକଣ୍ଠ ମହାନଦୀ ସେତୁ ଉପରୁ ପଡ଼ି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ହରଭଙ୍ଗା ବ୍ଳକ୍‌ ସରସରା ଗାଁର ଶୁଭେନ୍ଦୁ ସାହୁ। ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି  କରାଯାଇଥିଲା।

ମହାନଦୀ ପୋଲ ବାଡ଼ା ଉପରରେ ବସିଥିବା ବେଳେ ଭାରସାମ୍ୟ ହରାଇ ସେ ନଦୀ ମଧ୍ୟକୁ ଖସି ପଡ଼ିଥିଲେ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ।