ବୌଦ୍ଧ: ରାସ୍ତାକାମ ଅନ୍ୟତ୍ର କରାଯିବାକୁ ବିରୋଧ କରି ମଧୁସୂଦନପୁର ବାସୀଙ୍କ ରାସ୍ତାରୋକ

ବୌଦ୍ଧ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାମ ଲାଗି ଆସିଥିବା ଅର୍ଥକୁ ଚଞ୍ଚକତା କରି ଅନ୍ୟତ୍ର କରାଯିବାକୁ ମଧୁସୂଦନପୁର ଅଞ୍ଚଳବାସୀ ପ୍ରତିବାଦ କରିଛନ୍ତି। ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ସୋମବାର ହରେକୃଷ୍ଣପୁରଠାରେ ୫୭ନଂ ଜାତୀୟ ରାଜପଥ ଅବୋରଧ କରିଥିଲେ। ଅର୍ଥମନ୍ତ୍ରୀ ଚଞ୍ଚକତା କରି ଏହି ରାସ୍ତା ଅନ୍ୟତ୍ର କରାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉପଜିଲ୍ଲାପାଳ ଶ୍ରୀକାନ୍ତ ତରାଇ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସହ ପ୍ରସ୍ତାବିତ ରାସ୍ତା କାମ ମଧୁସୂଦନପୁରଠାରେ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୋକରୁ ହଟିଥିଲେ। ଦୀର୍ଘ ୬ ଘଣ୍ଟା ଧରି ରାସ୍ତା ବନ୍ଦ ରହିବା ଯୋଗୁଁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡିମଟର ଅଟକି ରହିଥିଲା।

ଜାତୀୟ ରାଜପଥଠାରୁ ତାକୁଡ ଭାୟା ମଧୁସୂଦନପୁର ରାସ୍ତାର ଉନ୍ନତୀକରଣ ପାଇଁ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମଧୁସୂଦନପୁର ଠାରେ ରାସ୍ତା କାମ ହେବାକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିଲେ ମଧ୍ୟ ସେଠାରେ କାମ ନ କରି ଅନ୍ୟତ୍ର ଆରମ୍ଭ କରାଯାଇଥିଲା। ଫଳରେ ଏହାକୁ ଅଞ୍ଚଳବାସୀ ବିରୋଧ କରିଥିଲେ।

ଆହୁରି ପଢ଼ନ୍ତୁ

ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ

ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଏଠି ରାତିରେ ଟଣା ହୁଏ ରଥ

“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ”

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’