ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ପ୍ରତିବାଦରେ ୧୨ ଘଣ୍ଟିଆ ବୁର୍ଲା ବନ୍ଦ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ଆଜି ବୁର୍ଲା ନଗର କଂଗ୍ରେସ ପକ୍ଷରୁ ବୁର୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଥିଯୋଗୁଁ ସହରର ସମସ୍ତ ଦୋକାନବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ବି ବନ୍ଦ ରହିଛି। ସହରରେ ଜୀବନଯାତ୍ରା ଠପ୍ ହୋଇଯାଇଛି। ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛି ବୋଲି ନଗର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି […]

burla-bandh

burla-bandh

Rakesh Mallick
  • Published: Thursday, 07 April 2016
  • Updated: 07 April 2016, 06:13 AM IST

Sports

Latest News

burla1ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ଆଜି ବୁର୍ଲା ନଗର କଂଗ୍ରେସ ପକ୍ଷରୁ ବୁର୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଥିଯୋଗୁଁ ସହରର ସମସ୍ତ ଦୋକାନବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ବି ବନ୍ଦ ରହିଛି। ସହରରେ ଜୀବନଯାତ୍ରା ଠପ୍ ହୋଇଯାଇଛି।

ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛି ବୋଲି ନଗର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଥାନାରେ ଏତଲା ଦେଇଥିଲେ। ସେ ବି ଆଶଙ୍କା କରିଥିଲେ ଯେ କେହି ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଜାଣିଶୁଣି ଭାଙ୍ଗି ଦେଇ ଥାଇପାରେ। ତେବେ ତଦନ୍ତ ପରେ ଗତକାଲି ସମ୍ବଲପୁର ଏସ୍‌ପି କହିଥିଲେ ଯେ ପବନରେ ପ୍ରତିମୂର୍ତ୍ତିଟି ତଳେ ପଡ଼ି ଭାଙ୍ଗି ଯାଇଛି।

ସେ କହିଥିଲେ,“ପାରିପାର୍ଶ୍ୱିକ ସ୍ଥିତି, ସାଇଣ୍ଟିଫିକ୍ ଟିମ୍‌ର ଅନୁଧ୍ୟାନ ଓ ପୋଲିସ୍‌ର ତଦନ୍ତରୁ ପ୍ରତିମୂର୍ତ୍ତିଟି ପବନରେ ପଡ଼ି ଭାଙ୍ଗି ଥିବା ସ୍ପଷ୍ଟ ହୋଇଛି। ଆମେ ବି ସନ୍ଦେହ କରୁଥିଲୁ ଯେ କେହି ଦୁର୍ବୃତ୍ତ ପ୍ରତିମୂର୍ତ୍ତିଟିକୁ ଭାଙ୍ଗି ଦେଇଥିବ। କିନ୍ତୁ ଏହା ପବନରେ ପଡ଼ି ଭାଙ୍ଗି ଯାଇଛି। ଅଧିକ ପବନ ଯୋଗୁଁ ନିକଟରୁ ଏକ ଟେଣ୍ଟ୍ ଉଡ଼ି ଆସି ପ୍ରତିମୂର୍ତ୍ତିରେ ମାଡ଼ ହୋଇଥିଲା। ପ୍ରତିମୂର୍ତ୍ତିଟି ଅଳ୍ପ ସମୟ ପୂର୍ବରୁ ସ୍ଥାପିତ ହୋଇଥିବାରୁ ମାଟି ଓଦା ଥିଲା। ତେଣୁ ତାହା ଭାଙ୍ଗି ଯାଇଥିଲା।”

ଗତ ୪ ତାରିଖ ସନ୍ଧ୍ୟାରେ ମହାତ୍ମା ଗାନ୍ଧୀଙ୍କ ସମେତ ଆଉ ତିନି ଜଣ ସ୍ୱାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତି ବିଶ୍ୱବିଦ୍ୟାଳୟ  ପରିସରରେ ସ୍ଥାପନ  କରାଯାଇଥିଲା। ଅନାବରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ। ତେବେ ୫ ତାରିଖ ସକାଳେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ତଳେ ପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ବୁର୍ଲା ନଗର କଂଗ୍ରେସ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର  ଦୃଷ୍ଟି  ଆକର୍ଷଣ କରାଯାଇଥିଲା। ଘଟଣାର ତଦନ୍ତ ଦାବି କରି କଂଗ୍ରେସ କର୍ମୀମାନେ ପ୍ରତିମୂର୍ତ୍ତିର ଭଙ୍ଗା ଅଂଶକୁ ସେଠାରୁ ଅପସାରଣ କରିବାକୁ ଦେଇ ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story