୯ଦଫା ଦାବି ନେଇ ଜାରି ରହିଛି ବୁର୍ଲା ଜୁନିଅର ଡାକ୍ତର ସଂଘର ଆନ୍ଦୋଳନ

docter-2ସମ୍ୱଲପୁର: ବୁର୍ଲା ମେଡିକାଲରେ ଜୁନିଅର ଡାକ୍ତର ସଂଘର ଆନ୍ଦୋଳନ ଜାରି ରହିଛି। ୯ଦଫା ଦାବି ନେଇ ସଂଘ ଗତ ୧୨ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛି। ଏଥିରେ ହାଉସ ସର୍ଜନ୍ ମଧ୍ୟ ସାମିଲ ହୋଇଛନ୍ତି।  ପ୍ରାୟ ୪୫୦ ଜଣ ଡାକ୍ତର ଓ ହାଉସ ସର୍ଜନ୍ ଆନ୍ଦୋଳନରେ ସାମିଲ ହେବାରୁ ରୋଗୀସେବା ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ଭିମସାର କର୍ତ୍ତୃପକ୍ଷ ସବୁ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।

ଦାବି ପୂରଣ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି। ସେପେଟେ ବିଭାଗୀୟ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି।