ବୁର୍ଲା ମେଡିକାଲ ଜୁନିଅର ଡାକ୍ତର ସଂଘର ଆନ୍ଦୋଳନ ପଞ୍ଚମ ଦିନରେ

ସମ୍ବଲପୁର: ବୁର୍ଲା ମେଡିକାଲ ଜୁନିଅର ଡାକ୍ତର ସଂଘର ଆନ୍ଦୋଳନ ଶନିବାର ପଂଚମ ଦିନରେ ପହଞ୍ଚିଛି। ୯ଦଫ। ଦାବି ନେଇ ସଂଘ ଗତ ୧୨ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛି। ଏଥିରେ ହାଉସ ସର୍ଜନ ମଧ୍ୟ ସାମିଲ ହୋଇଛନ୍ତି। ପ୍ରାୟ ୪୫୦ ଜଣ ଡାକ୍ତର ଓ ହାଉସ ସର୍ଜନ ଆନ୍ଦୋଳନରେ ସାମିଲ ହେବାରୁ ରୋଗୀସେବା ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ଭିମସାର କର୍ତ୍ତୃପକ୍ଷ ସବୁ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।