ଚାନ୍ଦପୁରରେ ପୋଲିସ୍ ଗୁଳିରେ ଯୁବକଙ୍କ ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲେ ଆରଡିସି

ନୟାଗଡ଼: ୨୦୧୪ରେ ଚାନ୍ଦପୁରରେ ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଆରଡିସି ବିକାଶ ଚନ୍ଦ୍ର ମହାପାତ୍ର। ଗୁଳିମାଡ଼ ଘଟଣା ଦିନ ଉପସ୍ଥିତ ଥିବା ୬ ଜଣଙ୍କର ସାକ୍ଷ୍ୟ ବି ଗ୍ରହଣ କରିଛନ୍ତି ଆରଡିସି। ପରେ ଆରଡ଼ିସି ତାଙ୍କ ରିପୋର୍ଟ ସରକାରଙ୍କୁ ଦେବେ। ୨୦୧୪ ସେପ୍ଟେମ୍ୱର ୬ ତାରିଖରେ ଚାନ୍ଦପୁରରେ ଗୋଟିଏ ପରିବାରର ୪ ଜଣଙ୍କୁ  ହତ୍ୟା କରାଯାଇଥିଲା। ହତ୍ୟା ଘଟଣା ପରେ ଚାନ୍ଦପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଚାନ୍ଦପୁର ଆଞ୍ଚଳିକ କମିଟି […]

rdc

rdc

Rakesh Mallick
  • Published: Thursday, 08 October 2015
  • Updated: 08 October 2015, 05:43 PM IST

Sports

Latest News

ନୟାଗଡ଼: ୨୦୧୪ରେ ଚାନ୍ଦପୁରରେ ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଆରଡିସି ବିକାଶ ଚନ୍ଦ୍ର ମହାପାତ୍ର। ଗୁଳିମାଡ଼ ଘଟଣା ଦିନ ଉପସ୍ଥିତ ଥିବା ୬ ଜଣଙ୍କର ସାକ୍ଷ୍ୟ ବି ଗ୍ରହଣ କରିଛନ୍ତି ଆରଡିସି। ପରେ ଆରଡ଼ିସି ତାଙ୍କ ରିପୋର୍ଟ ସରକାରଙ୍କୁ ଦେବେ।

୨୦୧୪ ସେପ୍ଟେମ୍ୱର ୬ ତାରିଖରେ ଚାନ୍ଦପୁରରେ ଗୋଟିଏ ପରିବାରର ୪ ଜଣଙ୍କୁ  ହତ୍ୟା କରାଯାଇଥିଲା। ହତ୍ୟା ଘଟଣା ପରେ ଚାନ୍ଦପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଚାନ୍ଦପୁର ଆଞ୍ଚଳିକ କମିଟି ପକ୍ଷରୁ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଚାନ୍ଦପୁର ଫାଣ୍ଡି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ୍ ଫାୟାରିଂ କରିଥିଲା। ଫାୟାରିଂରେ ପ୍ରଦୀପ ବେହେରା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତତ୍କାଳୀନ ରଣପୁର ଆଇଆଇସି ଚନ୍ଦ୍ର ମହାନ୍ତି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ଆଜି ଆରଡିସି ବିକାଶ ଚନ୍ଦ୍ର ମହାପାତ୍ରଙ୍କ ସହିତ ନୟାଗଡ଼ ଜିଲ୍ଲାପାଳ ହେମନ୍ତ ପାଢୀ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଓ ରଣପୁର ବିଡିଓ ଲଗ୍ନଜିତ୍ ରାଉତ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos