‘ଚାଷୀ ବାଞ୍ଚଅ’ ନାରାରେ କମ୍ପିଲା ଲୋୟର ପିଏମଜି

ଭୁବନେଶ୍ୱର: ଚାଷୀଙ୍କ ସମସ୍ୟା ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଥିଲା ସିପିଆଇ। ବିକ୍ଷୋଭକାରୀ ‘ଚାଷୀ ବଞ୍ଚାଅ’ ନାରା ଦେଇ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟରେ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ଅଭିଯୋଗ ବଢିଚାଲିଥିବା ବେଳେ ସରକାର ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି ‍ବୋଲି  ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଋଣବୋଝ ଓ ଫସଲହାନୀ ଚିନ୍ତାରେ ଚାଷୀ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। ସରକାର ରାଜ୍ୟବାସୀଙ୍କୁ  ଭୁଆଁ ବୁଲାଇବା ବନ୍ଦ କରି ଚାଷୀମୃତ୍ୟୁ […]

cpi-demand

cpi-demand

Rakesh Mallick
  • Published: Monday, 02 November 2015
  • Updated: 02 November 2015, 01:59 PM IST

Sports

Latest News

ଭୁବନେଶ୍ୱର: ଚାଷୀଙ୍କ ସମସ୍ୟା ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଥିଲା ସିପିଆଇ। ବିକ୍ଷୋଭକାରୀ ‘ଚାଷୀ ବଞ୍ଚାଅ’ ନାରା ଦେଇ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟରେ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ଅଭିଯୋଗ ବଢିଚାଲିଥିବା ବେଳେ ସରକାର ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି ‍ବୋଲି  ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଋଣବୋଝ ଓ ଫସଲହାନୀ ଚିନ୍ତାରେ ଚାଷୀ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। ସରକାର ରାଜ୍ୟବାସୀଙ୍କୁ  ଭୁଆଁ ବୁଲାଇବା ବନ୍ଦ କରି ଚାଷୀମୃତ୍ୟୁ ଘଟଣାକୁ ସ୍ୱୀକାର କରିବା ସହ ମୃତ ଚାଷୀଙ୍କ ପରିବାରକୁ ୧୦ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ ସହ ମରୁଡି କ୍ଷତିପୂରଣ ସହାୟତା ବୃଦ୍ଧି କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଏହାସହ ହେକ୍ଟର ପିଛା ସର୍ବନିମ୍ନ ୨୫ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ଓ ମରୁଡି, ବନ୍ୟାର ସ୍ଥାୟୀ ପ୍ରତିକାର ଲାଗି ସ୍ୱତନ୍ତ୍ର ଯୋଜନା କରିବାକୁ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos