ରାଉରକେଲାରେ ଶିଶୁକୁ ଚେଙ୍କ ଅଭିଯୋଗ, ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି

ରାଉରକେଲା:ରାଉରକେଲାରେ ଏକ ୧ମାସର ଶିଶୁପୁତ୍ରକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେଓଗାଁ ଲୋହାର ବସ୍ତିରେ ରହୁଥିବା ଚିଆଁ ବର୍ଲାଙ୍କ ଏକମାସର ଶିଶୁପୁତ୍ରର ହାତରେ କଳା ଶିର ଦେଖାହେବାରୁ ଏହା ଅଶୁଭ ମଣି ପରିବାର ପକ୍ଷରୁ ବସ୍ତିର ଜଣେ ମହିଳାଙ୍କୁ ଡାକି ପେଟରେ ୧୦ଟି ସ୍ଥାନରେ ଚେଙ୍କ ଦେଇଥିଲେ। ଫଳରେ ଶିଶୁଟି ଗୁରୁତର ହୋଇ ପଡ଼ିଥିଲା।