କୋରାପୁଟ: ବିଷାକ୍ତ ଫଳ ଖାଇ ୯ ଶିଶୁ ଅସୁସ୍ଥ

କୋରାପୁଟ: କୋରାପୁଟ ବ୍ଲକ ଅନ୍ତର୍ଗତ ମାଂଗ୍ରା ଗ୍ରାମର ୯ଜଣ ଛୋଟ ଶିଶୁ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କୁ କୋରାପୁଟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ଶିଶୁମାନଙ୍କ ବୟସ ୩ବର୍ଷ ହେବ। ଅଭିଭାବକଙ୍କ କହିବାନୁଯାୟୀ ବିଦ୍ୟାଳୟକୁ ଯାଇଥିବା ପିଲାମାନେ ସନ୍ଧ୍ୟା ସମୟରେ ଘରକୁ ଫେରିବାପରେ ବାରମ୍ୱାର ବାନ୍ତି କରିବାରୁ ସେମାନଙ୍କୁ ଚିକିତ୍ସାଳୟ ଆଣିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।