ଚିରଞ୍ଜୀବ ବିଶ୍ୱାଳଙ୍କ ମିଥ୍ୟା ସତ୍ୟପାଠ ମାମଲା: ତଳ କୋର୍ଟର ଶୁଣାଣି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

କଟକ: ଜଗତସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ସମ୍ପର୍କିତ ମାମଲାର ଶୁଣାଣି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଆସନ୍ତା ୩୦ ତାରିଖ ଯାଏଁ ଜଗତସିଂହପୁର ଏସଡିଜେଏମଙ୍କ ନିକଟରେ ଚାଲିଥିବା ଏହି ମାମଲାର ଶୁଣାଣି ହୋଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏହାଛଡା ନିମ୍ନ ଅଦାଲତର ସମସ୍ତ ରେକର୍ଡ  ହାଇକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ବିଧାନସଭା ନିର୍ବାଚନ ସମୟରେ ଚିରଞ୍ଜୀବ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ […]

OrissaHighCourt

OrissaHighCourt

Rakesh Mallick
  • Published: Tuesday, 13 October 2015
  • Updated: 13 October 2015, 02:10 PM IST

Sports

Latest News

କଟକ: ଜଗତସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ସମ୍ପର୍କିତ ମାମଲାର ଶୁଣାଣି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଆସନ୍ତା ୩୦ ତାରିଖ ଯାଏଁ ଜଗତସିଂହପୁର ଏସଡିଜେଏମଙ୍କ ନିକଟରେ ଚାଲିଥିବା ଏହି ମାମଲାର ଶୁଣାଣି ହୋଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏହାଛଡା ନିମ୍ନ ଅଦାଲତର ସମସ୍ତ ରେକର୍ଡ  ହାଇକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ବିଧାନସଭା ନିର୍ବାଚନ ସମୟରେ ଚିରଞ୍ଜୀବ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ବିଜେଡିର ପରାଜିତ ପ୍ରାର୍ଥୀ ବିଷ୍ଣୁ ଦାସ ଜଗତସିଂହପୁର ଏସଡିଜେଏମଙ୍କ କୋର୍ଟରେ ମାମଲା ଦାୟର କରିଥିଲେ। ତେବେ ମାମଲାକୁ ରଦ୍ଦ କରିବା ଲାଗି ଆବେଦନ କରି ଚିରଞ୍ଜୀବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos