ଚିତ୍ରକୋଣ୍ଡାରେ ମାଓ ପୋଷ୍ଟର,ବଡ଼ପଦର ସରପଞ୍ଚ ହତ୍ୟାକାଣ୍ଡରେ ସଂପୃକ୍ତିକୁ ଅସ୍ୱୀକାର

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଜାନବାଇ ମଧ୍ୟରେ ଗୁରୁବାର ସିପିଆଇ ମାଓବାଦୀ ନାଁରେ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି, ଗତ ଡିସେମ୍ୱର ୨୫ରେ ବଡ଼ପଦର ସରପଞ୍ଚ ଜୟରାମ ଖରାଙ୍କ ହତ୍ୟାକାଣ୍ଡ ଘଟଣାରେ ମାଓବାଦୀଙ୍କ ସଂପୃକ୍ତି ନାହିଁ। ମାଓ ସଙ୍ଗଠନର ନାଁରେ ମିଥ୍ୟା ପ୍ରଚାର କରାଯାଇଛି। ଏହି ହତ୍ୟାକାଣ୍ଡକୁ ନେଇ  ମାଓ ସଙ୍ଗଠନକୁ ବଦନାମ କରାଯାଉଛି। ଯେଉଁମାନେ ଏହି ମିଥ୍ୟା ଅପପ୍ରଚାର କରୁଛନ୍ତି ଆଗାମୀ ଦିନରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।