ସମ୍ବଲପୁର: ସମ୍ୱଲପୁରରେ ଚୋରା କିରୋସିନ୍ ନେଟୱାର୍କକୁ ଠାବ କରାଯାଇଛି। ଭିଜିଲାନ୍ସ ବିଭାଗ ଶାସନ ଥାନା ଅନ୍ତର୍ଗତ ଡୁଙ୍ଗୁରିପଡା ଭାଲୁବାହାଲ ଅଂଞ୍ଳଚରେ ପିଡିଏସ କିରୋସିନି ବୋଝେଇ ଟ୍ୟାଙ୍କରୁ ପ୍ରାୟ ୮ ହଜାର ଲିଟର କିରୋସିନି ଜବତ କରିଛି। ଏହି ଘଟଣାରେ ଡ୍ରାଇଭର, ହେଲପର ଓ ଅନ୍ୟ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଛି। କ୍ଷେତରାଜପୁର କିରୋସିନି ଡିପୋରୁ କିରୋସିନି ଆଣି ଏଠାରେ ପେଟ୍ରୋଲ ଓ ଡିଜେଲରେ ଅପମିଶ୍ରଣ କରାଯାଉଥିବା ଭିଜିଲାନ୍ସ ସୂଚନା ଦେଇଛି। ଏଠାରୁ ଚୋରା କିରୋସିନ ଅପମିଶ୍ରଣ ପାଇଁ ନୂଆପଡା ଜିଲ୍ଲାକୁ ଚାଲାଣ ହେଉଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।