କଳାହାଣ୍ଡି: ପୋଲିସ ଗୁଳିରେ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ପୂର୍ବତନ ସାଂସଦ ଭକ୍ତ ଚରଣ ଦାସଙ୍କ ଦାବି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦର ଥାନା ଯୁଗସାଏପାଟଣା-ନିଶାନଗୁଡାରେ ଗତ ୧୫ ତାରିଖରେ ପୋଲିସ ଗୁଳିରେ ମୃତ ଜୟ ମାଝି, ହରି ଶଙ୍କର ନାଏକ ଓ ଶୁକ୍ରୁ ମାଝି ଓ ୨ ଆହତଙ୍କ ପରିବାରବର୍ଗଙ୍କୁ ଆଜି ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ଭେଟିଛନ୍ତି। ଏହି ଘଟଣାକୁ ସେ ନିନ୍ଦା କରିବା ସହ ପରିବାରବର୍ଗଙ୍କୁ ରାଜ୍ୟ ସରକାର ଉଚିତ କ୍ଷତିପୂରଣ ଦେବା, ଉପଯୁକ୍ତ ସରକାରୀ ଯୋଜନାରେ ସାମିଲ କରି ସହାୟତାର ହାତ ବଢାଇବା ପାଇଁ ଦାବି କରିଛନ୍ତି। ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ଦୋଷୀ ବିରୋଧ ରେ ଦଢ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।