କଟକ: ଆସନ୍ତା ୭ ଓ ୮ରେ ହେବ ନ୍ୟାସନାଲ ଆନୁଆଲ ଟେକ୍ ଫିଷ୍ଟ

କଟକ: କଟକ ଟାଙ୍ଗୀ ସ୍ଥିତ ଡ୍ରିମସ୍ ଇଞ୍ଜିନିୟରିଂ କଲେଜରେ ଆସନ୍ତା ୭ ଓ ୮ ତାରିଖ ଦୁଇ ଦିନଧରି ନ୍ୟାସନାଲ ଆନୁଆଲ ଟେକ୍ ଫିଷ୍ଟ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୫୦ଟି ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ ଯୋଗଦେଇ ବିଜ୍ଞାନ ଓ କାରିଗରୀ କୌଶଳ ସମ୍ପର୍କିତ ପ୍ରୋଜେକ୍ଟ ପ୍ରଦର୍ଶନ କରିବେ।  ଏ ନେଇ ଏକ ସାମ୍ୱାଦିକ ସମ୍ମିଳନୀ କଟକରେ ଅନୁଷ୍ଠିତ ହୋଇଯାଇଛି ।