କଟକ: ବିବାହ ପୂର୍ବରୁ ନାବାଳିକା ଉଦ୍ଧାର

କଟକ: ଜଣେ ନାବାଳିକାକୁ ବିବାହ କରାଇବାକୁ ଉଦ୍ୟମ ବେଳେ ସିଡବ୍ଲ୍ୟୁସି ଅଧିକାରୀମାନେ ତାକୁ ଉଦ୍ଧାର କରିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି କଟକ ମଙ୍ଗଳାବାଗ ଅଞ୍ଚଳରେ। ନାବାଳିକାର ପରିବାର ଲୋକେ ବିଦ୍ୟାଧରପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ତା’ର ବିବାହ କରୁଥିବା ସୂଚନା ସିଡବ୍ଲ୍ୟୁସି ଅଧିକାରୀମାନେ ପାଇଥିଲେ। ସୂଚନା ମିଳିବା ପରେ ଅଧିକାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି ବିବାହ ବନ୍ଦ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ନାବାଳିକାର […]

nabalika-cuttack

nabalika-cuttack

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 01:09 PM IST

Sports

Latest News

କଟକ: ଜଣେ ନାବାଳିକାକୁ ବିବାହ କରାଇବାକୁ ଉଦ୍ୟମ ବେଳେ ସିଡବ୍ଲ୍ୟୁସି ଅଧିକାରୀମାନେ ତାକୁ ଉଦ୍ଧାର କରିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି କଟକ ମଙ୍ଗଳାବାଗ ଅଞ୍ଚଳରେ।

ନାବାଳିକାର ପରିବାର ଲୋକେ ବିଦ୍ୟାଧରପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ତା’ର ବିବାହ କରୁଥିବା ସୂଚନା ସିଡବ୍ଲ୍ୟୁସି ଅଧିକାରୀମାନେ ପାଇଥିଲେ। ସୂଚନା ମିଳିବା ପରେ ଅଧିକାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି ବିବାହ ବନ୍ଦ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ନାବାଳିକାର ବାପାମାଆ ସିଡବ୍ଲ୍ୟୁସି ଅଧୀକାରୀଙ୍କ ନିକଟରେ ବାହାଘର ନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ତାଙ୍କୁ ଛାଡି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos