କଟକ: ଗଣେଶ ଭସାଣି ଓ ଖୁଦୁରୁକୁଣୀ ଯାତ୍ରାକୁ ନେଇ ମଧୁବନ-ମଧୁପୁର ଗାଁ ମଧ୍ୟରେ ସଂଘର୍ଷ

କଟକ: ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଓ ମଧୁପୁରରେ ଗତକାଲି ଗଣେଶ ପୂଜା ଭସାଣି ସହ ଖୁଦୁରୁକୁଣୀ ଯାତ୍ରା ଚାଲିଥିବା ବେଳେ କୌଣସି କାରଣକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହ ପୂଜାମଣ୍ଡପ ଓ ଦୋକାନ ଭଙ୍ଗାରୁଜା ସହ ଟେକା ପଥର ମାଡ଼ ହୋଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଉଦମ୍ୟ କରିଥିଲେ ମଧ୍ୟ ଉତ୍ତେଜନା ଥମି ନ ଥିଲା। ଏପରି କି ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ବାରଙ୍ଗ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ମଧ୍ୟ ଆହତ ହୋଇଛନ୍ତି।