ନିଆଳି: ୬ଟି ବୁଥରେ ହେବ ସାନି ମତଦାନ

କଟକ: ଆସନ୍ତାକାଲି କଟକ ଜିଲ୍ଲା ନିଆଳି ବ୍ଲକ ପୋଖରୀ ଗାଁର ୬ଟି ବୁଥ୍‌ରେ ସାନି ମତଦାନ ହେବ। ଏନେଇ ଆଜି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନିର୍ବାଚନ ହେବାକୁ ଥିବା ବୁଥ୍‌ ଗୁଡ଼ିକ ହେଲେ ନଂ. ୧୨, ୧୪, ୧୭, ୧୮, ୨୦ ଓ ୨୧। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏକ ହତ୍ୟାକାଣ୍ଡକୁ ନେଇ ଗତ ୧୬ ତାରିଖରେ ଉକ୍ତ ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗାଁର କିଛି ଲୋକଙ୍କ ଘରକୁ ପ୍ରତିପକ୍ଷ ଗୋଷ୍ଠୀ ଜାଳି ଦେଇଥିଲେ।