ଐତିହାସିକ ବାଲିଯାତ୍ରାକୁ ନେଇ ଚଳଞ୍ଚଳ କଟକ ଓ ପାରାଦୀପ

କଟକ: ଆସନ୍ତାକାଲିଠାରୁ ଆରମ୍ଭ ହେବ କଟକ ଐତିହାସିକ ବାଲିଯାତ୍ରା। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ସେହିପରି ପାରାଦୀପରେ ଏଥର ରୌପ୍ୟ ଜୟନ୍ତୀ ପାଳୁଥିବା କଳିଙ୍ଗ ବାଲିଯାତ୍ରା ପାଇଁ ମଧ୍ୟ ଜୋରସୋର ଆୟୋଜନ କରାଯାଇଛି। କଟକ ବାଲିଯାତ୍ରା ପଡ଼ିଆରେ ବ୍ୟବସାୟୀଙ୍କ ଭିଡ଼ ମଧ୍ୟ ଜମିବାକୁ ଲାଗିଲାଣି। ଯାତ୍ରାର ସବୁଠାରୁ ଆକର୍ଷଣୀୟ ଦିଗ କୁହାଯାଉଥିବା ଦୋଳି ବନ୍ଧାରେ ମଧ୍ୟ କାରିଗର ବ୍ୟସ୍ତ। ସବୁବର୍ଷ ପରି ଏବର୍ଷ ମଧ୍ୟ ରାମଦୋଳି, ବ୍ରେକ୍‌ଡ୍ୟାନ୍ସ ଓ ପିଲାଙ୍କ ପାଇଁ ଚକ୍ରି ଦୋଳି ଆସିଛି। ସେପଟେ […]

cuttack-balijatra

cuttack-balijatra

Rakesh Mallick
  • Published: Sunday, 13 November 2016
  • Updated: 13 November 2016, 05:26 PM IST

Sports

Latest News

କଟକ: ଆସନ୍ତାକାଲିଠାରୁ ଆରମ୍ଭ ହେବ କଟକ ଐତିହାସିକ ବାଲିଯାତ୍ରା। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ସେହିପରି ପାରାଦୀପରେ ଏଥର ରୌପ୍ୟ ଜୟନ୍ତୀ ପାଳୁଥିବା କଳିଙ୍ଗ ବାଲିଯାତ୍ରା ପାଇଁ ମଧ୍ୟ ଜୋରସୋର ଆୟୋଜନ କରାଯାଇଛି। କଟକ ବାଲିଯାତ୍ରା ପଡ଼ିଆରେ ବ୍ୟବସାୟୀଙ୍କ ଭିଡ଼ ମଧ୍ୟ ଜମିବାକୁ ଲାଗିଲାଣି। ଯାତ୍ରାର ସବୁଠାରୁ ଆକର୍ଷଣୀୟ ଦିଗ କୁହାଯାଉଥିବା ଦୋଳି ବନ୍ଧାରେ ମଧ୍ୟ କାରିଗର ବ୍ୟସ୍ତ। ସବୁବର୍ଷ ପରି ଏବର୍ଷ ମଧ୍ୟ ରାମଦୋଳି, ବ୍ରେକ୍‌ଡ୍ୟାନ୍ସ ଓ ପିଲାଙ୍କ ପାଇଁ ଚକ୍ରି ଦୋଳି ଆସିଛି। ସେପଟେ ପ୍ରଶାସନ ପକ୍ଷରୁ ଷ୍ଟଲ୍‌ କାମ ମଧ୍ୟ ସରିଗଲାଣି। ତେବେ ଅଯଥା ଭିଡ଼ ରୋକିବାକୁ ଯାଇ ଚଲା ରାସ୍ତାରେ ଉଠା ଦୋକାନୀଙ୍କୁ ବସାଇ ନଦେବାକୁ ଯୋଜନା ରଖିଛି ପ୍ରଶାସନ। ଦମକଳ ଗାଡ଼ି, ଆମ୍ବୁଲାନ୍ସ, ପିସିଆର ଭ୍ୟାନ୍‌ ଗଲାଭଳି ରାସ୍ତା ରଖାଯିବା ପରେ ଉଠାଦୋକାନୀଙ୍କୁ ବ୍ୟବସାୟ ପାଇଁ ସ୍ଥାନ ଦିଆଯିବ ବୋଲି କହିଛନ୍ତି କଟକ ତହସିଲଦାର ସଞ୍ଜିବିତା ରାୟ। ଅନ୍ୟପଟେ ୫୦୦ ଓ ୧୦୦୦ ଟଙ୍କା ପ୍ରଚଳନ ବନ୍ଦକୁ ନେଇ ବ୍ୟବସାୟରେ ବାଧା ଦେଖାଯିବାର  ଆଶଙ୍କାରେ ରଖିଥିବା କହିଛନ୍ତି ବ୍ୟବସାୟୀ।

ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପାରାଦ୍‌ପ କଳିଙ୍ଗ ବାଲିଯାତ୍ରାର ପ୍ରସ୍ତୁତି। ଷ୍ଟଲ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ବେଳାଭୂମିର ସୌନ୍ଦର୍ଯ୍ୟକରଣ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୋଇତ ବନ୍ଦାଣ ସହ ବାଲିଯାତ୍ରା ପାଳନ କରୁଛି ରୌପ୍ୟ ଜୟନ୍ତୀ। ତେଣୁ ଆଠଦିନ ବ୍ୟାପୀ ଏହି ଯାତ୍ରାକୁ ସଫଳ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ବାଲିଯାତ୍ରା କମିଟି ଆବାହକ ବାସୁଦେବ ଶତପଥୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos